OdishaStatenews.com Today : 20-May-2022 19:58:12 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ନିଆଁରେ ପୋଡି ହୋଇ ମହିଳାଙ୍କ ସମେତ ଦୁଇଶିଶୁ ଜୀବନ୍ତ ଦଗ୍ଧ, ସ୍ୱାମୀ ଥାନାରେ ଅଟକ

May 13, 2022, ରାଶିଫଳ, ମୟୁରଭଞ୍ଜ,


ନିଆଁରେ ପୋଡି ହୋଇ ମହିଳାଙ୍କ ସମେତ ଦୁଇଶିଶୁ ଜୀବନ୍ତ ଦଗ୍ଧ, ସ୍ୱାମୀ ଥାନାରେ ଅଟକ
SURYAKANTI ROUT
[ BLOCK REPOTER BADASAHI MAYURBHANJ ]
OdishaStateNews Bureau
May 13, 2022




ବଡସାହି: ଗୁରୁବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା, ଉଞ୍ଚଗାଁ ଗ୍ରାମରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ରାତିରେ ଖାଇ ସମସ୍ତେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧହେଇଥିବା ଘଟଣା ଜିଲ୍ଲାରେ ଚହଳ ଖେଳିଯାଇଛି । ଉଞ୍ଚଗାଁ ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଂଗଲ ଗତ କାଲି ରାତିରେ ଖାଇ ସରିବା ପରେ ସ୍ତ୍ରୀ ସୁରୁକୁନି, ଝିଅ ସରିତା( ୫) ଓ ପୁଅ(୩) ଗୋଟିଏ ଘରେ ଶୋଇଥିଲେ । ତେବେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା । ସାରସକଣା ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେ ବେଳକୁ ଦୁଇ ଶିଶୁ ଓ ମହିଳା ସମ୍ପୂର୍ଣ୍ଣ ପୋଡିଯାଇଥିଲା । ଏତେ ଭୟାନକ ଅଗ୍ନିକାଣ୍ଡ ଘଟି ଯାଇଥିବାବେଳେ ସନ୍ଦେହ ଘେରରେ ଆସିଥିବା ସ୍ବାମୀଙ୍କ କୌଣସି କିଛି କ୍ଷୟକ୍ଷତି ହୋଇ ନ ଥିବାର ଦେଖିବାକୁ ମିଳିଥିଲା। ଝାରପୋଖରିଆ ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ମଂଗଲ କୁ ଥାନାରେ ଅଟକ ରଖିଥିବା ପଚାର ଉଚୁରା କରୁଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି। ପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯିବ । ଯାହାକୁ ନେଇ ଉଞ୍ଚଗାଁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ଲଗ-ବାଲିମେଳା ରେ ଗଣେଶ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି।

ସ୍ଲଗ-ବାଲିମେଳା ରେ ଗଣେଶ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି।
Read More...

ମୋହନାଥାନାଚାନ୍ଦିପୁଟଗ୍ରାମର ହାଇସ୍କୁଲ ସମ୍ମୁଖରେଥିବାତେଲି ପାହାଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

ମୋହନାଥାନାଚାନ୍ଦିପୁଟଗ୍ରାମର ହାଇସ୍କୁଲ ସମ୍ମୁଖରେଥିବାତେଲି ପାହାଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗଜପତି: ଲଘୁଚାପ ଜନିତ ଲଗାତାର ବର୍ଷା ଯୋଗୁଁ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell