OdishaStatenews.com Today : 28-May-2023 17:47:30 PM
ସରକାରୀସୂତ୍ରରୁ ପ୍ରକାଶ, ‘ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍‌ କାଉନ୍‌ସିଲ୍‌ ମିଟିଙ୍ଗ୍‌’ ବର୍ଜନ କରିବା ରାଜ୍ୟର ବିକାଶକୁ ବର୍ଜନ କରିବା ସଙ୍ଗେ ସମାନ। ଏହି ବୈଠକରେ ଶତାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ। | ‘ନୀତି ଆୟୋଗ’ ବୈଠକରେ ଯୋଗ ଦେବେନାହିଁ ୮ଜଣ ମୁଖ୍ୟମନ୍ତ୍ରୀ |

ତେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ନେଇ ଏସୟୁସିଆଇର ପ୍ରତିବାଦ ସଭା,

May 13, 2022, ଓଡ଼ିଶା, କୋରାପୁଟ,


ତେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ନେଇ ଏସୟୁସିଆଇର ପ୍ରତିବାଦ ସଭା,
Amarendra kumar paricha
[ BLOCK REPORTER boipariguda, KORAPUT ]
OdishaStateNews Bureau
May 13, 2022




କୋରାପୁଟ (ବୈପାରିଗୁଡା)(୧୨/୫) କ୍ରମାଗତ ଭାବେ ପେଟ୍ରୋଲ ଡିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଆଜି ଏସୟୁସିଆଇ (କମ୍ୟୁନିଷ୍ଟ) ବୈପାରିଗୁଡା ଶାଖା ତରଫରୁ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ସହିଦ୍ ଲକ୍ଷ୍ମଣ ନାୟକ ଛକ ଠାରେ ଆୟୋଜିତ ଏହି ସଭାରେ କମ୍ରେଡ ସୂର୍ଯ୍ୟ ନାରାୟଣ ବିଷୋୟୀ,ରାମ ବାରିକ, ଦଶରଥ ଖିଲ, ପ୍ରମିଳା ପୂଜାରୀ ପ୍ରମୁଖ କେନ୍ଦ୍ର ବିଜେପି ସରକାରଙ୍କ ଅନ୍ୟାୟ ଏବଂ ଜନମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ। ନିୟମିତ ଭାବେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ଘଟିବା ଫଳରେ ସାଧାରଣ ଜନତା କିପରି ଦୁର୍ଦ୍ଦଶା ଭୋଗ କରୁଛନ୍ତି ସେ ସଂପର୍କରେ କେନ୍ଦ୍ର ସରକାର ଜାଣିଶୁଣି ଆଖି ବୁଜି ନେଉଥିବାରୁ ଏହାର ଘୋର ନିନ୍ଦା କରିବା ସହ ଶୀଘ୍ର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି କରିବା ସହ ଜନସାଧାରଣଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃଷି ରଥ ଉଦଘାଟିତ, ଗୀତ ଓ ନାଚ ମାଧ୍ୟମରେ ପ୍ରଚାର

କୃଷି ରଥ ଉଦଘାଟିତ, ଗୀତ ଓ ନାଚ ମାଧ୍ୟମରେ ପ୍ରଚାର
Read More...

ଡକ୍ଟର, ଆମ୍ବେଦକରଙ୍କ ପ୍ରତିମୃତ୍ତି ଉଦଘାଟନ

ଡକ୍ଟର, ଆମ୍ବେଦକରଙ୍କ ପ୍ରତିମୃତ୍ତି ଉଦଘାଟନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଧନ ଦେବୀ ମାଁ ପେଣ୍ଡ୍ରାଣୀ:
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell