OdishaStatenews.com Today : 20-May-2022 20:31:54 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ବଲିଉଡକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବଦଳାଇଲେ ମହେଶ ବାବୁ

May 11, 2022, ଦେଶ ଦୁନିଆ, ,


ବଲିଉଡକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବଦଳାଇଲେ ମହେଶ ବାବୁ
OdishaStateNews Bureau
May 11, 2022



ନୂଆଦିଲ୍ଲୀ: ବଲିଉଡକୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁ ଗତକାଲି ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଥିଲେ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥଇଲେ ଅଭିନେତା ମହେଶ। ଏଭଳିି ବୟାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ସହ କିଛି ଲୋକ ଟ୍ରୋଲ କରିବାରୁ ଏବେ ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି ମହେଶ ବାବୁ।ନୂଆଦିଲ୍ଲୀ: ବଲିଉଡକୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁ ଗତକାଲି ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଥିଲେ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଥଇଲେ ଅଭିନେତା ମହେଶ। ଏଭଳିି ବୟାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ସହ କିଛି ଲୋକ ଟ୍ରୋଲ କରିବାରୁ ଏବେ ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି ମହେଶ ବାବୁ।ଉଲ୍ଲେଖଯୋଗ୍ୟ, ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ଅଭିନେତା ତାଙ୍କର ବଲିଉଡ ଡେବ୍ୟୁ ବିଷୟରେ ନିଜର ମତ ଦେଇଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ସେ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ନିଜ ସମୟ ନଷ୍ଟ କରିବେ ନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବ। ‌ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର(ଆପ୍ ଆବାହକ, ଓଡିଶା) ଙ୍କ ନିଷ୍ପତ୍ତି କ୍ରମେ ସାରା ଓଡ଼ିଶାରେ ପ୍ରତେକ ପରିବାର ଙ୍କ ପାଇଁ ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଫର୍ମ ଦସଖସ୍ତ ଅଭିଯାନ ଚାଲିଛି।

ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର(ଆପ୍ ଆବାହକ, ଓଡିଶା) ଙ୍କ ନିଷ୍ପତ୍ତି କ୍ରମେ ସାରା ଓଡ଼ିଶାରେ ପ୍ରତେକ ପରିବାର ଙ୍କ ପାଇଁ ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଫର୍ମ ଦସଖସ୍ତ ଅଭିଯାନ ଚାଲିଛି।
Read More...

୮୭ ବର୍ଷରେ ମାଟ୍ରିକ୍‌ ପାସ୍‌ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପି. ଚୌତାଲା; ଟୁଇଟ୍‌ କରି ଉତ୍ସାହିତ କଲେ  ଅଭିଷେକ ବଚ୍ଚନ

୮୭ ବର୍ଷରେ ମାଟ୍ରିକ୍‌ ପାସ୍‌ କଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପି. ଚୌତାଲା; ଟୁଇଟ୍‌ କରି ଉତ୍ସାହିତ କଲେ ଅଭିଷେକ ବଚ୍ଚନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :୪୨୦ ଡିଆଇସି ଏଜେଣ୍ଟ ଗିରଫ... ଲୋନ୍ କରିଦେବି କହି ୨ଜଣ ହୋମଗାର୍ଡ ସମେତ ଅନେକ ବ୍ୟବସାୟୀ ଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲା... +
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell