OdishaStatenews.com Today : 20-May-2022 20:09:24 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଚୀନ୍‌ ରାଷ୍ଟ୍ରପତିଙ୍କୁ ଗମ୍ଭୀର ମାନସିକ ରୋଗ

May 11, 2022, ଦେଶ ଦୁନିଆ, ,


ଚୀନ୍‌ ରାଷ୍ଟ୍ରପତିଙ୍କୁ ଗମ୍ଭୀର ମାନସିକ ରୋଗ
OdishaStateNews Bureau
May 11, 2022



ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଗମ୍ଭୀର ରୋଗରେ ପୀଡିତ । ଏକ ରିପୋର୍ଟରେ ଜଣାପଡିଛି ଯେ, ଚୀନ୍‌ ରାଷ୍ଟ୍ରପତି ମାନସିକ ରୋଗ ସେରେବ୍ରଲ ଏନ୍ୟୁରିଜମ୍‌ରେ ପୀଡିତ । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାରୁ ଏହାର ସର୍ଜରୀ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । କି;ୁ ସର୍ଜରୀ ପରିବର୍ତ୍ତେ ସେ ବାଛିଛନ୍ତି ପାରମ୍ପରିକ ଔଷଧକୁ । ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ବେଳେ ତାଙ୍କୁ ଚାଲିବାରେ ଅସୁବିଧା ହୋଇଥିଲା । ପରେ ସେହି ଗସ୍ତ ସମୟରେ ଫ୍ରାନ୍ସରେ ମଧ୍ୟ ସେ ବସିବା ପାଇଁ ସାହାରା ନେଉଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଅକେଫାବର ୨୦୨୦ରେ ଶେନଝେନରେ ଏକ ସମ୍ବୋଧନ ସମୟରେ କାଶ ଭଳି ସମସ୍ୟା ସାମ୍ନାକୁ ଆସିଥିଲା । କୁହାଯାଉଛି ଯେ ସେ ସେରେବ୍ରଲ ଏନ୍ୟୁରିଜମ୍‌ରେ ପୀଡିତ ଅଛନ୍ତି । ମସ୍ତିଷ୍କରେ ରକ୍ତ ବାହିକାର ଗୋଟିଏ ପାର୍ଶ୍ୱ ଦୁର୍ବଳ ହୋଇ ବେଲୁନ ଭଳି ଫୁଲିବାକୁ ମସ୍ତିଷ୍କ ସେରେବ୍ରଲ ଏନ୍ୟୁରିଜମ୍‌ କୁହାଯାଏ । ଏହି ରୋଗ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ । ସାଧାରଣତଃ ଏହି ରୋଗ ୫୦ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ବିଶେଷକରି ଯେଉଁମାନଙ୍କଠାରେ ଉଚ୍ଚ ରକ୍ତଚାପ, ଜେନେଟିକ୍‌ ଭାବେ ସ୍ନାୟୁ ଦୁର୍ବଳ ହେବା, ସଂକ୍ରମଣ, ଆଘାତ ଏବଂ ମସ୍ତିଷ୍କର କ୍ଷତି କିମ୍ବା ଟ୍ୟୁମର ଭଳି ରୋଗ ରହିଥାଏ ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ‘ଅସାନି’

ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ‘ଅସାନି’
Read More...

ଛତିଶଗଡ଼ ବେପାରୀଙ୍କ ନିୟନ୍ତ୍ରଣରେ ପିଆଜ, କେଜି ପିଛା ୩ଟଙ୍କା ଖର୍ଚ୍ଚ, ବିକୁଛନ୍ତି ୫ ଟଙ୍କା

ଛତିଶଗଡ଼ ବେପାରୀଙ୍କ ନିୟନ୍ତ୍ରଣରେ ପିଆଜ, କେଜି ପିଛା ୩ଟଙ୍କା ଖର୍ଚ୍ଚ, ବିକୁଛନ୍ତି ୫ ଟଙ୍କା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell