ସାଉଥ୍ ସିନେମା ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁଙ୍କ ଏକ ବୟାନକୁ ନେଇ ଏବେ ବିବାଦ ଦେଖା ଦେଇଛି । ଏବେ ସେ ଅଦିବି ଶେଷଙ୍କର ସିନେମା ‘ମେଜର’ର ଟ୍ରେଲର ଲଂଚ କରିବା ଅବସରରେ ବଲିଉଡରେ ଡେବ୍ୟୁ କରିବା ନେଇ ନିଜର ମତ ଦେଇଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି, ବଲିଉଡ ମୋତେ ଟଙ୍କା ଦେଇପାରିବ ନାହିଁ । ଏହି କାରଣରୁ ସେ ହିନ୍ଦୀ ସିନେମାରେ କାମ କରି ନିଜୟ ସମୟ ବର୍ବାଦ କରିବେ ନାହିଁ ବୋଲି କହିଛନ୍ତି ।ମହେଶ ବାବୁ ଆହୁରି କହିଛନ୍ତି କି ବଲିଉଡ ତରଫରୁ ତାଙ୍କୁ ଅନେକ ଅଫର ମିଳିଛି । ହେଲେ ସାଉଥ୍ ସିନେମାରେ ତାଙ୍କୁ ଯେତେ ଟଙ୍କା ମିଳୁଛି ତାହା ବଲିଉଡର ପ୍ରଯୋଜକମାନେ ତାଙ୍କୁ ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି । ଏହାସହ ତାଙ୍କୁ ଜଣେ କଳାକାର ଭାବେ ସାଉଥ ସିନେମାରେ ଯେତିକି ସମ୍ମାନ ମିଳୁଛି ତାହା ତାଙ୍କ ପାଇଁ ବଡ, ଏହି କାରଣରୁ ସେ ସାଉଥ ଛାଡି ଅନ୍ୟ ସିନେମା ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
କହିରଖୁ କି ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇ ଏବେ ବଲିଉଡକୁ କଡା ଟକ୍କର ଦେବାରେ ଲାଗିଛି ସାଉଥ ସିନେମା ଇଣ୍ଡଷ୍ଟ୍ରି, ଟ୍ରିପଲ ଆର, ବାହୁବଳୀ, କେଜିଏଫ ସିନେମା ରିଲିଜ ପରେ ବଲିଉଡର କଳାକାର ଓ ପ୍ରଯୋଜକମାନେ ଚିନ୍ତାରେ ପଡିଛନ୍ତି । ଏନେଇ କିଛିଦିନ ତଳେ ବି କିଛି ବଲିଉଡ ଷ୍ଟାର ଓ ସାଉଥ ଷ୍ଟାରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ
Read More...