ଅନେକ ଲୋକ ବିଭିନ୍ନ ପ୍ରକାର ସୁନା ରୂପା ଅଭୂଷଣ ପିନ୍ଧିବାକୁ ପସନ୍ଦ କରନ୍ତି। କାହାକୁ ସୁନା ପିନ୍ଧିବାକୁ ପସନ୍ଦ ତ ଆଉ କାହାକୁ ରୂପା। ଆପଣ ଜାଣିଥିବେ ଆମେ ଯେଉଁ ଆଭୁଷଣ ପିନ୍ଧିଥାଉ, ତାହାର କେତେକ ଭଲ ଗୁଣ ମଧ୍ୟ ରହିଥାଏ। ଯାହାକି ଆମ ଶରୀର ଉପରେ ତାର ପ୍ରଭାବ ପଡିଥାଏ।
ତେବେ ଆପଣ ଦେଖିଥିବେ ଅନେକ ଝିଅ କେବଳ ରୂପା ପାଉଁଜି ହିଁ ପିନ୍ଧିଥାନ୍ତି, ସୁନା ପାଉଁଜି ପିନ୍ଧନ୍ତିନି। ଏହା ପଛରେ ଥିବା କାରଣ କ’ଣ ଆପଣ ଜାଣିଛନ୍ତି କି ? ଏହି ଚାନ୍ଧି ବା ରୂପା ପାଉଁଜି ପିନ୍ଧିବାର ଅନେକ ସ୍ଵାସ୍ଥ୍ୟଗତ ଫାଇଦା ରହିଛି।
ପ୍ରାଚୀନ ଭାରତୀୟ ଜ୍ୟୋତିଷଙ୍କ ଅନୁଯାୟୀ ରୂପା ବା ଚାନ୍ଦି ଚନ୍ଦ୍ରଙ୍କ ସହିତ ଜଡିତ। ବିଶ୍ୱାସ କରାଯାଏ ଯେ ରୂପା ଭଗବାନ ଶିବଙ୍କ ଆଖିରୁ ଉତ୍ପନ୍ନ ହୋଇଥିଲା, ଯେଉଁଥିପାଇଁ ରୂପା ସମୃଦ୍ଧିର ପ୍ରତୀକ ଅଟେ। ସିଲଭର ଆଙ୍କଲେଟ୍ ବା ରୂପା ପାଉଁଜି ପାଦରେ ଏବଂ ରୂପା ମୁଦି ପାଦ ଆଙ୍ଗୁଳିରେ ପିନ୍ଧାଯାଏ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ରୂପା ପାଉଁଜି କେବଳ ପାଦର ସୌନ୍ଦର୍ଯ୍ୟ ବଢ଼ାଇଥାଏ ତାହା ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ଏହାକୁ ଚନ୍ଦ୍ରଙ୍କ ସହିତ ତୁଳନା କରାଯାଉଛି, ଭାରତୀୟ ସଂସ୍କୃତିରେ ରୂପା ପାଉଁଜିର ବିଶେଷ ମହତ୍ତ୍ୱ ରହିଛି।
ଖାସ କରି ଇଜିପ୍ଟ ଏବଂ ମଧ୍ୟ ପୂର୍ବ ଦେଶଗୁଡିକରେ ଏହା ସ୍ୱାସ୍ଥ୍ୟ ସହିତ ଜଡିତ ବୋଲି ମଧ୍ୟ ଦେଖାଯାଏ। ଇଜିପ୍ଟ ଏବଂ ମଧ୍ୟ ପୂର୍ବ ଦେଶଗୁଡିକରେ ଏପରି ବିଶ୍ୱାସ ଅଛି ଯେ ଆଙ୍କଲେଟ୍ ପିନ୍ଧିବା ଦ୍ଵାରା ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ, ଏହାର ଭଲ କାରଣ ମଧ୍ୟ ରହିଛି । ରୂପା ଆଙ୍କଲେଟ୍ ପିନ୍ଧିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ତାହା ଆପଣ ମଧ୍ୟ ଜାଣିବା ଉଚିତ୍।
ଶରୀରରୁ ଉର୍ଜାକୁ ବା ଶକ୍ତିକୁ ବାହାର କରେ ନାହିଁ:
ରୂପା ଏକ ପ୍ରତିକ୍ରିୟାଶୀଳ ଧାତୁ ଏବଂ ଏହା ନିଜ ଶରୀରରୁ ବାହାରୁଥିବା ଉର୍ଜା ବା ଶକ୍ତିକୁ ଶରୀରକୁ ଫେରାଇଥାଏ। ଆମର ଅଧିକାଂଶ ଶକ୍ତି ଆମ ଶରୀରରୁ ପାଦ ଏବଂ ହାତ ଦ୍ଵାରା ବାହ୍ୟ ଦୁନିଆକୁ ଛାଡିଦିଏ। ରୂପା ଓ ପିତ୍ତଳ ପରି ଧାତୁ ପିନ୍ଧିଲେ ଏକ ପ୍ରତିବନ୍ଧକ ଭାବରେ ଏହା ଆମ ଶରୀର ପାଇଁ କାର୍ଯ୍ୟ କରିଥାଏ, ଯାହା ଆମ ଶରୀରକୁ ଶକ୍ତି ଫେରାଇ ଆଣିବାରେ ସାହାଯ୍ୟ କରେ।
ଥାଳଉଠା ପର୍ବ ସମ୍ପନ୍ନ ଶୀତଳ ଷଷ୍ଠୀ ଯାତ୍ରା ପାଇଁ
Read More...
ଋଷର ଜୋରଦାର ଏୟାରଷ୍ଟ୍ରାଇକ ପୂର୍ବ ୟୁକ୍ରେନ ଉପରେ
Read More...