ଭୁବନେଶ୍ୱର: ମଇ ୦୪: ଗ୍ରୀଡକୋକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗ୍ରୀଡକୋକୁ ପ୍ରତିଦିନ ୧୨୦ ମେଗାଓ୍ୱାଟ୍ ବିଦ୍ୟୁତ୍ ଯୋଗାଇ ଦେବାକୁ ଜିନ୍ଦଲ ପାଓ୍ୱାରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସାରେ ବିଦ୍ୟୁତ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ମାସ ଶେଷ ପରଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ତେବେ ଜିନ୍ଦଲକୁ ମହାନଦୀ କୋଲଫିଲଡ଼ସ ଲିମିଟେଡ଼ରୁ କୋଲ ଲିଂକେଜ ଦେବା ପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି। ସୂଚନାଥାଉ କି, ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କିଛିଦିନ ପୂର୍ବେ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଥିଲେ। ଏହାସହ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନଟିପିସି ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଦେଇଛି। ଆବଶ୍ୟକ ବିଦ୍ୟୁତ୍ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ ଥିବାବେଳେ ମୋଟ୍ ୭ଟି ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଏବେ ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଉତ୍ପାଦିତ ହେଉଛି।
ଆକାଶ ଛୁଆଁ ହେଲା ଟମାଟୋ
Read More...
ଶାହାରୁଖ-କାଜୋଲଙ୍କ ଯୋଡ଼ି ପୁଣି ଥରେ ଫିଲ୍ମ ପରଦାରେ
Read More...