OdishaStatenews.com Today : 09-Dec-2022 21:41:31 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ମିଳିଲା ଆଉ ଏକ ପୃଥିବୀ

May 03, 2022, ଅନ୍ୟାନ୍ୟ, ,


ମିଳିଲା ଆଉ ଏକ ପୃଥିବୀ
OdishaStateNews Bureau
May 03, 2022


ନୂଆଦିଲ୍ଲୀ: ମିଳିଲା ଆଉ ଏକ ପୃଥିବୀର ସନ୍ଧାନ । ପୃଥିବୀର ସୋଲାର ସିଷ୍ଟମରେ ଲୁଚି ରହିଛି ଦ୍ୱିତୀୟ ପୃଥିବୀ । ଶନି ଗ୍ରହ ନିକଟରେ ପୃଥିବୀ ଭଳି ଏକ ଗ୍ରହ ଥିବା ସନ୍ଧାନ ମିଳିଛି । ଶନି ଗ୍ରହ ଚାରିପଟେ ଘୂରି ବୁଲୁଥିବା ୮୨ଟି ଚନ୍ଦ୍ର ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ହେଉଛି ଟାଇଟାନ । ଯାହା ପୃଥିବୀ ସହ ପ୍ରୟାତଃ ସମାନ । ଟାଇଟାନରେ ନଦୀ, ହ୍ରଦ ଏବଂ ସମୁଦ୍ର ଅଛି । ମାତ୍ର ଏହା ପୃଥିବୀ ଅପେକ୍ଷା ଭିନ୍ନ ସାମଗ୍ରୀରେ ପରିପୂର୍ଣ୍ଣ । ଟାଇଟାନରେ ତରଳ ମିଥେନ ଷ୍ଟ୍ରିମ୍ ବରଫ ପୃଷ୍ଠ ତିଆରି କରୁଥିବା ବେଳେ ନାଇଟ୍ରୋଜେନ୍ ପବନ ଓ ହାଇଡ୍ରୋକାର୍ବନ୍ ବାଲୁକା ଗଦା ନିର୍ମାଣ କରୁଛି । ଷ୍ଟାନଫୋର୍ଡ ୟୁନିଭରସିଟିର ଭୂବିଜ୍ଞାନୀ ମାଥିଉ ଲାପୋଟ୍ରେଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଏହି ତଥ୍ୟ ହାସଲ କରିଛନ୍ତି । ଟାଇଟାନରେ ସମତଳ ଭୂମି ଏବଂ ସବୁଜିମା ସୃଷ୍ଟି ହୋଇପାରିବ ବୋଲି ଏହି ଅନୁସନ୍ଧାନରୁ ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬୪ ବର୍ଷ ହେଲା ଲଗାତାର ବଢୁଛି ଶାଳଗ୍ରାମ ଆକାର

୧୬୪ ବର୍ଷ ହେଲା ଲଗାତାର ବଢୁଛି ଶାଳଗ୍ରାମ ଆକାର
Read More...

  ଓଡିଶାର ପଦ୍ମିନୀ ରାଉତ ସାମିଲ ହେଲେ  ଆନ୍ତର୍ଯାତୀୟ ଚେସ୍‌ ପ୍ରତିଯୋଗିତାରେ

ଓଡିଶାର ପଦ୍ମିନୀ ରାଉତ ସାମିଲ ହେଲେ ଆନ୍ତର୍ଯାତୀୟ ଚେସ୍‌ ପ୍ରତିଯୋଗିତାରେ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆସିଗଲା ଆମ୍ବର ସିଜନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell