OdishaStatenews.com Today : 09-Dec-2022 22:52:49 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ରାହୁଲ ଗାନ୍ଧୀ କ୍ଲବ ପାର୍ଟିରେ

May 03, 2022, ଅନ୍ୟାନ୍ୟ, ,


 ରାହୁଲ ଗାନ୍ଧୀ କ୍ଲବ ପାର୍ଟିରେ
OdishaStateNews Bureau
May 03, 2022


ନୂଆଦିଲ୍ଲୀ :ଜାତୀୟ ରାଜନୀତି ରେ ରାହୁଲ ଗାନ୍ଧୀ କୁ ନେଇ ଉଠିଛି ଝଡ । ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରସ କୁ ନେଇ ଚର୍ଚା ଥମୁନି । ଏକ କ୍ଲବ ପାର୍ଟିରେ ରାହୁଲ ଗାନ୍ଧୀ ନଜର ଆସିବା ପରେ ଜାତୀୟ ରାଜନୀତି ରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ବିଜେପି ପ୍ରଶ୍ନ ଉଠାଇ ଥିବା ବେଳେ କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧୀ ବିବାହ ଉତ୍ସବ ରେ ଯୋଗଦାନ କରିବାକୁ ନେପାଳ ର କାଠ ମାଣ୍ଟୁ କୁ ଯାଇଛନ୍ତି । ଅନେକ ଥର ରାହୁଲ ଗାନ୍ଧୀ ନିଜର ରାଜନୀତି ରେ ବିଫଳତାକୁ ନେଇ ତ କେତେବେଳେ ବ୍ୟକ୍ତିଗତ ଜୀବନ କୁ ଚର୍ଚା କୁ ଆସିଥାନ୍ତି । ଏବେ ପୁଣି ଥରେ ଏକ ନୂଆ ବିବାଦ ଭିତରେ ଫଶିଛନ୍ତି । ବିଜେପି ପୁଣି ଥରେ ରାହୁଲ ଗାନ୍ଧୀ ଙ୍କୁ ଘେରିଛି । ରାହୁଲ ଗାନ୍ଧୀ ଙ୍କ ପାର୍ଟିର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ନେତା ପ୍ରଶ୍ନବାଣ ମାରିଛନ୍ତି । ବିଜେପିର ମୁଖପାତ୍ର ଶହଜାଦ ପୁନବ୍ୱାଲା କହିଛନ୍ତି କି ରାଜସ୍ଥାନ ରେ କଂଗ୍ରେସ ଏବେ ସରକାରରେ ଥିବା ବେଳେ ଜୋଧପୁର ରେ ହିଂସା ଘଟୁଛି ସେତେବେଳେ ରାହୁଲ ଏହା ଉପରେ ଚିନ୍ତା ପ୍ରକଟ କରିବା ପରିବର୍ତ୍ତେ ନେପାଳ ର ନାଇଟ କ୍ଲବରେ ପାର୍ଟି କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୩ ଦିନିଆ ବ୍ୟକ୍ତିଗତ ନେପାଳ ଗସ୍ତ ରେ ଯାଇଛନ୍ତି । ନେପାଳୀ ବନ୍ଧୁ ସୁମନିମା ଉଦାସଙ୍କ ବିବାହରେ ଯୋଗ ଦେବାକୁ କାଠ ମାଣ୍ଟୁ ରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତ ସମୟରେ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା । ଭିଡିଓରେ ରାହୁଲ ଗାନ୍ଧୀ ନାଇଟକ୍ଲବ ରେ ଥିବା ନଜର ଆସିଥିଲେ । ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ସୋମବାର କାଠମାଣ୍ଡୁ ଏୟାରପୋର୍ଟ ରେ ପହଁଚିବା ପରେ ନିଜର ତିନି ଜଣ ବନ୍ଧୁଙ୍କ ସହ ମାରିଓଟ ହୋଟେଲ ରେ ରହିଥିଲେ । ରାହୁଲ ଗାନ୍ଧୀ ନିଜର ନେପାଳୀ ବନ୍ଧୁ ସୁମନିମା ଉଦାସଙ୍କ ବିବାହରେ ଯୋଗ ଦେବାକୁ ପହଁଚିଛନ୍ତି । ଏ ନେଇ ସୁମନିମା ଙ୍କ ପିତା କହିଛନ୍ତି କି , ମୋ ଝିଅର ବିବାହ ଉତ୍ସବ ରେ ଯୋଗଦେବାକୁ ରାହୁଲ ଗାନ୍ଧୀ ଙ୍କୁ ନିମନ୍ତ୍ରଣ କରିଥିଲି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପ୍ରକ୍ରିୟା ଆରମ୍ଭ  ।

ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପ୍ରକ୍ରିୟା ଆରମ୍ଭ ।
Read More...

ମାଟ୍ରିକ୍ ପରୀକ୍ଷା ରେ  କପି କରି ଧରାପଡ଼ିଲେ ୧୮

ମାଟ୍ରିକ୍ ପରୀକ୍ଷା ରେ କପି କରି ଧରାପଡ଼ିଲେ ୧୮
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଶଙ୍କର ମହାନ୍ତି ହତ୍ୟାକାଣ୍ଡ ର ପର୍ଦା ଫାସ କଲା ଜଗନ୍ନାଥ ପ୍ରସାଦ ପୋଲିସ,ଅଭିଯୁକ୍ତ ସିକା କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell