କଂଗ୍ରେସ ରାଜନୀତିକୁ ଏବେ ଚାରିଆଡେ ଚର୍ଚ୍ଚା । ନୂଆ ପିସିସି ସଭାପତି ନେଇ କସରତ ଚାଲିଥିବାବେଳେ ବରିଷ୍ଠ ନେତାଙ୍କ ଆଭିମୁଖ୍ୟ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ମେ ପ୍ରଥମ ସପ୍ତାହରେ ନୂଆ ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ଏ ନେଇ ଚେଲ୍ଲାକୁମାର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଦୁଇଦିନ ଧରି ଆଲୋଚନା କରିଛନ୍ତି । ଏହାପୂର୍ବରୁ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି । ମୁଖ୍ୟ ସଚେତକ ପଦରୁ ବି ତାରା ପ୍ରସାଦ ବି ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି ।
କିନ୍ତୁ ଏ ବାବଦରେ ନରସିଂହ କିମ୍ବା ତାରା ମୁହଁ ଖୋଲିନାହାନ୍ତି । କାରଣ ଦର୍ଶାଅ ନୋଟିସ ନେଇ ବି ବିଧାୟକ ସୁର ରାଉତରାୟ ଅସନ୍ତୁଷ୍ଟ ଅଛନ୍ତି । କାର୍ଯ୍ୟାନୁଷ୍ଠାନକୁ ନେଇ ଖାତିର ନାହିଁ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ବରିଷ୍ଠ ନେତାଙ୍କ ଆଭିମୁଖ୍ୟ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ସେପଟେ ନୂଆ ପିସିସି ସଭାପତି ରେସରେ ଆଗରେ ଅଛନ୍ତି ଶରତ ପଟ୍ଟନାୟକ, ମହମ୍ମଦ ମୋକିମ, ତାରାବାହିନୀ ପତି ଓ ଭକ୍ତ ଦାସ ।
ସହଜରେ ଗୁଟ୍ଖା ଖାଇବା ଅଭ୍ୟାସରୁ ମୁକ୍ତି ପାଆନ୍ତୁ
Read More...
ଚୀନକୁ ରୋକିବାକୁ ଏକାଠି ହେବେ ଭାରତ ଆମେରିକା!
Read More...