OdishaStatenews.com Today : 20-May-2022 18:26:53 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ପାଗଳ ପ୍ରେମିକ କାଟି ଦେଲା ଯୁବତୀଙ୍କ ବେକ

April 27, 2022, ଅପରାଧ, ,


 ପାଗଳ ପ୍ରେମିକ  କାଟି ଦେଲା  ଯୁବତୀଙ୍କ ବେକ
OdishaStateNews Bureau
April 27, 2022


ନୂଆଦିଲ୍ଲୀ: ଏକତରଫା ପ୍ରେମକୁ କେନ୍ଦ୍ର କରି ଏକ ଅଭାବନୀୟ କାଣ୍ଡ ଘଟିଛି । ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବକ ସଂପୃକ୍ତ ଯୁବତୀଙ୍କ ତଣ୍ଟି କାଟି ଦେଇଛନ୍ତି । ପୀଡ଼ିତା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଭିଯୁକ୍ତ ଯୁବକକୁ ପୁଲିସ ଧରିଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ମିଳିଥିବା ସୂଚନା ଅନୁସାରେ ଜଣେ ଯୁବତୀ ଓ ତାଙ୍କ ପରିବାର ବର୍ଷେ ପୂର୍ବେ ବକ୍ସିବଜାର ବଢ଼େଇ ସାହିରେ ଭଡ଼ାରେ ରହୁଥିଲେ । ତେବେ ସେହି ସାହିର ଶୋଭିତ ମହାରଣା ନାମକ ଯୁବକ ଉକ୍ତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ଶୋଭିତ ବିବାହିତ ଓ ତା’ର ଦୁଇଟି ପିଲା ମଧ୍ୟ ଅଛି । ଶୋଭିତର ପ୍ରେମ ନିବେଦନକୁ ଯୁବତୀ ଜଣକ ଦୀର୍ଘ ଦିନ ହେବ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ଯୁବତୀ ଜଣକ ଦୋଳମୁଣ୍ଡାଇ ଛକ ନିକଟ ଏକ ଡ୍ରେସ୍‌ ଦୋକାନରେ ସେଲ୍ସ ଗାର୍ଲ ଭାବେ କାମ କରନ୍ତି । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟା ହେବ ।


ଯୁବତୀ ଜଣକ ଦୋକାନରେ ଡ୍ୟୁଟି କରୁଥାନ୍ତି । ଏହି ସମୟରେ ଅଭିଯୁକ୍ତ ଶୋଭିତ ସେଠାରେ ପହଞ୍ଚି ପ୍ରଥମେ ଯୁବତୀଙ୍କୁ ଡାକିଥିଲା । ମାତ୍ର ଶୋଭିତର କଥାକୁ ଯୁବତୀ ଜଣକ ଗୁରୁତ୍ୱ ଦେଇନଥିଲେ । ଫଳରେ ଶୋଭିତ୍‌ ଉକ୍ତ ଦୋକାନରେ ପଶି ସୋ’କେସ୍‌ରେ ଲାଗିଥିବା କାଚକୁ ବିଧା ମାରି ଭାଙ୍ଗି ଦେଇଥିଲା । ଆଉ ଉକ୍ତ ଭଙ୍ଗା କାଚରୁ ଖଣ୍ଡେ ନେଇ ଯୁବତୀଙ୍କ ବେକକୁ କାଟି ଦେଇଥିଲା । ଯୁବତୀ ଜଣକ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ଦୋକାନରେ ଉପସ୍ଥିତ ଥିବା ଅନ୍ୟ ସେଲ୍‌ସ୍‌ମ୍ୟାନ୍‌ ଓ ଗ୍ରାହକମାନେ ଅଭିଯୁକ୍ତ ଶୋଭିତ୍‌କୁ ଧରିନେଇ ନିର୍ଧୁମ ଛେଚିଥିଲେ । ତତ୍‌କ୍ଷଣାତ ଦୋକାନର କିଛି କର୍ମଚାରୀ ଆହତ ଯୁବତୀଙ୍କୁ ଉଦ୍ଧାର କରି ଏସ୍‌ସିବି ନେଇଯାଇଥିଲେ । ସେଠାରେ ଯୁବତୀଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖବର ପାଇ ବାଦାମବାଡ଼ି ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଶୋଭିତକୁ ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଫିଲ୍ମ ‘ଆଚାର୍ଯ୍ୟ’ ରୁ ହଟାଇ ଦିଆଯାଇଛି କାଜଲଙ୍କ ଭୂମିକା

ଫିଲ୍ମ ‘ଆଚାର୍ଯ୍ୟ’ ରୁ ହଟାଇ ଦିଆଯାଇଛି କାଜଲଙ୍କ ଭୂମିକା
Read More...

 ବିଦ୍ୟୁତ୍ ଆଘାତରେ ୧୧ଜଣ ଜୀବନ୍ତ ଦଗ୍ଧ

ବିଦ୍ୟୁତ୍ ଆଘାତରେ ୧୧ଜଣ ଜୀବନ୍ତ ଦଗ୍ଧ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପେପର୍‌ ଲେସ୍‌ ହେଲା ଦେଶରେ ବୃହତ ବିଧାନସଭା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell