ନୂଆଦିଲ୍ଲୀ : କଂଗ୍ରେସ ଡକାଇଲା ଉଚ୍ଚସ୍ତରୀୟ ବୈଠକ । ଆଜି ସୋନିଆ ଗାନ୍ଧୀ ନିଜ ବାସଭବନରେ ଏହି ବୈଠକ ଡାକିଥିବା ସୂଚନା ମିଳିଛି । ବୈଠକରେ ବରିଷ୍ଠ ନେତାମାନେ ସାମିଲ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜନୈତିକ ସ୍ଥିତି ସହିତ ଆଗାମୀ ବିଧାନସଭା ନିର୍ବାଚନ ଉପରେ ବୈଠକରେ ଆଲୋଚନା କରାଯିବ। ବୈଠକରେ ସୋନିଆ ଗାନ୍ଧୀ ଯୋଗ ଦେଇ ନଥିବାବେଳେ ପ୍ରଶାନ୍ତ କିଶୋରଙ୍କୁ ଡକାଯାଇଛି । ତେବେ ରାହୁଲ ଗାନ୍ଧୀ ଉପସ୍ଥିତ ରହିଛନ୍ତି ।
ଅନ୍ୟପଟେ ମଲ୍ଲିକାର୍ଜୁନ ଖଡଗେ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଜୟରାମ ରମେଶ, ମୁକୁଲ ବାସନିକ, ଦିଗବିଜୟ ସିଂ ଏବଂ ଅଜୟ ମାକେନଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି। ଚଳିତ ବର୍ଷ ୫ ରାଜ୍ୟର ବିଧାନସଭା ନିର୍ବାଚନର କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ଦଳକୁ ସଙ୍କଟ ଦିଗରେ ନେଇଯାଇଛି ।
କେଜିଏଫ୍ ୨ର ଓଡ଼ିଶାରେ ଜଲୱା
Read More...
ସୋନାଲ ପୌରାଣିକ ଚରିତ୍ରରେ
Read More...