ଭୁବନେଶ୍ବର: ବାଇକ୍ ଦେବା ନାଁରେ ୬୨ ହଜାର ଟଙ୍କା ଠକେଇ ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଜଣେ ପୂର୍ବତନ ଗୃହରକ୍ଷୀଙ୍କୁ ଗିରଫ କରିଛି। ସେ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ବିଜୟ କୁମାର ପାଣ୍ଡି(୩୫)।, କିଛିଦିନ ତଳେ ପ୍ରମୋଦ କୁମାର ସାହୁ ଓ ନିର୍ମଳ ପୃଷେଠ ନାମକ ଦୁଇ ସାଙ୍ଗ ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣିବା ପାଇଁ ସେମାନଙ୍କର ଜଣେ ବନ୍ଧୁଙ୍କୁ ଜଣାଇଥିଲେ। ହେଲେ ସେ ରାଜଧାନୀରେ ନୂଆ ତେଣୁ ତାଙ୍କର ବେଶୀ ଲୋକସମ୍ପର୍କ ନଥିବା କହିଥିଲେ। କିନ୍ତୁ ତାଙ୍କ ସାଙ୍ଗ ବିଜୟଙ୍କର ରାଜଧାନୀରେ ଭଲ ଲୋକସର୍ମ୍ପକ ଥିବା କହିଥିଲେ। ତେଣୁ ତାଙ୍କ ନମ୍ବର ଦେଇଥିଲେ। ପ୍ରମୋଦ ବିଜୟଙ୍କ ସହ ଯୋଗାଯୋଗ କରିଥିଲେ। ବିଜୟ ନିଜକୁ ଚନ୍ଦକା ଥାନାର ପିସିଆର ଡ୍ରାଇଭର ଭାବେ ପରିଚୟ ଦେଇଥିଲେ।
ଟଳମଳ ଇମ୍ରାନଙ୍କ ଆସନ
Read More...
ଭାଲୁ ଆକ୍ରମଣରେ ମହିଳା ଗୁରୁତର
Read More...