ଗୁପଚୁପ ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଇଥାଏ। ଏହା ଖାଇବାକୁ ଯେପରି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ଲୋକଙ୍କୁ ଗୁପଚୁପ ଖାଇବା ବେଶ ପସନ୍ଦ। ଗୁପ୍ଚୁପ୍ ଗୋଲଗପ୍ପେ ଅଥବା ପାନୀପୁରୀ ଦେଶର ବିଭିନ୍ନ ପ୍ରିୟ ଖାଦ୍ୟମାନଙ୍କ ମଧ୍ୟରୁ ଗୋଟିଏ। ପ୍ରତ୍ୟେକ ଏହାକୁ ବେଶ ଆନନ୍ଦରେ ଖାଇଥାଆନ୍ତି। ମାତ୍ର କେତୋଟି ଗୁପଚୁପ ଖାଇବା ଉଚିତ ତାହା ଜାଣିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ଏହାସହ ଏହାକୁ ଘରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
ଡାଏଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୬ଟି ଗୁପଚୁପ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାଲୋରୀ ମିଳିବା ସହ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ ଭଳି ଅନୁଭବ ହୋଇଥାଏ। ଏହା ଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇ ପାରିବେ ନାହିଁ। ଗୁପଚୁପ ଖାଇବା ସହ ଆପଣ ନିୟମିତ ବ୍ୟାୟାମ କରିବା ଓ କିଛି ସମୟ ଚାଲିବା ଉଚିତ।ଗୁପଚୁପ ଘରେ ପ୍ରସ୍ତୁତ କରିବା ଉଚିତ। ସୁଜି ଛଡା ଅଟାରେ ପ୍ରସ୍ତୁତ ଗୁପଚୁପ ଖାଇବା ଉଚିତ। ଆଳୁର ପରିମାଣ କମ ଦେବା ସହ ଚଣାର ଅଧିକ ବ୍ୟବହାର କରିବା ଉଚିତ। ଲାଲ ଚଟଣି ବଦଳରେ ଦହିର ବ୍ୟବହାର ଉତ୍ତମ।
ବିଜେପିର ଚିଠି ; ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ପାଇଁ
Read More...
ଚତୁର୍ଥ ଦିନରେ ‘ଆର୍ଆର୍ଆର୍’
Read More...