ଭୁବନେଶ୍ୱର – ସାରା ରାଜ୍ୟର ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳା ଆସି ସାରିଛି । ତିନୋଟି ମେୟର ପଦବୀ ବିଜେଡି ଦଳ ପାଖକୁ ଯାଇଥିବା ବେଳେ ୧୦୫ଟି ପୌର ପରିଷଦରୁ ୭୩ରେ ବିଜେଡି ୧୬ଟିରେ ବିଜେପି ୭ଟିରେ କଂଗ୍ରେସ ଏବଂ ୯ଟିରେ ସ୍ୱାଧୀନ ସହ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଶାସକ ବିଜେଡି ପଞ୍ଚାୟତ ପରେ ପୌର ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କକିଛି ।ବ୍ରହ୍ମପୁର ଏବଂ ଗଞ୍ଜାମ
ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି । ବିଜେଡିର ସଂଘମିତ୍ରା ଦଳାଇ ବିଜେପିର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦୨୮୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି ।
ବିଜେଡି ପ୍ରାର୍ଥିନୀ ସଂଘମି ତ୍ରା ଦଳାଇଙ୍କୁ ୬୬,୦୬୮ ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥିନୀ ସବିତା ସୁଆରଙ୍କୁ ୪୫,୭୮୨ ଖଣ୍ଡ ଭୋଟ୍ ମିଳିଛି । ହେଲେ କଂଗ୍ରେସ ପ୍ରାର୍ଥିନୀଙ୍କ ଠାରୁ ଆମ୍ ଆଦମୀର ପ୍ରାର୍ଥିନୀ ଆଗରେ ଅଛନ୍ତି । ଆମ୍ ଆଦମୀ ପ୍ରାର୍ଥିନୀ ସି ପ୍ରିୟଙ୍କାଙ୍କୁ ୭୪୫୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ମଞ୍ଜୁରଥଙ୍କୁ ୬୭୬୮ ଖଣ୍ଡ ଭୋଟ୍ ମିଳିଛି ।
ବ୍ରହ୍ମପୁର ମହାନଗର ନିଗମ ରେ ବିଜେଡି ୩୦ ଓ୍ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି- ୭ଟିରେ, , ସ୍ୱାଧୀନ ପ୍ରାର୍ଥୀ ୫ଟିରେ ଏବଂ କଂଗ୍ରେସ ଗୋଟିକରେ ବିଜୟ ଲାଭ କରିଛି ।
ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର ସ୍ୱାଧୀନପାର୍ଥୀ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ହୋଇଛନ୍ତି। ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହେଲେ ବିଜେପିର ମାନସୀ ସ୍ୱାଇଁ।
ବିଜେଡିର ସଂଘମିତ୍ରା ଦଳେଇ ୨୦ହଜାର ୨୩୬ ଭୋଟରେ ବିଜୟୀ ହୋଇ ବ୍ରହ୍ମପୁର ମହାନଗର ନିଗମର ମେୟର ନିର୍ବାଚିତ ହୋଇଛନ୍ତି।
ସେହିପରି ପାରଳାଖେମୁଣ୍ଡି ପୌର ପାଳିକାର ଅଧ୍ୟକ୍ଷା ଭାବେ ବିଜେଡିର ନିର୍ମଳା ସେଠି ନିର୍ବାଚିତ ହୋଇଛନ୍ତି।ଗଜପତି
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପାଳିକାର ୧୬ଟି ୱାର୍ଡ ମଧ୍ୟରୁ ୧୪ଟିରେ ବିଜେଡି ଓ ୨ଟି ରେ ବିଜେପି ଦଳର ପ୍ରାଥିୀମାନେ ନିର୍ବାଚିତ ହୋଇଛନ୍ତି।
ବାସୁଦେବପୁର
ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ହେଲେ ବିଜେଡି ପ୍ରାର୍ଥିନୀ ନିବେଦିତା ବେହେରା ।
ବିଜେଡିର ଶାନ୍ତିଲତା ସେଠୀ ଚାନ୍ଦବାଲି ଏନ ଏସି ର ପ୍ରଥମ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି।ବାଙ୍କୀ ପୌର ପରିଷଦ
ବାଙ୍କୀ : ଶନିବାର ଦିନ ସକାଳ ୮ଘଟିକା ସମୟରେ ସ୍ଥାନୀୟ ଚର୍ଚ୍ଚିକା ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଙ୍କୀ ଏନ.ଏ.ସି ପୌର ନିର୍ବାଚନର ଭୋଟ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଥିଲା। ନିର୍ବାଚନ ଅଧିକାରୀ ତଥା ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଣତି ପ୍ରକ୍ରୀୟା କରାଯାଇଥିଲା। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଉପସ୍ଥିତ ରହି ଶୃଙ୍ଖଳିତ ଗଣତି ପ୍ରକ୍ରୀୟାକୁ ଅନୁଧ୍ୟାନ କରିଥିଲେ। ନିର୍ବାଚନର ଘୋଷିତ ଫଳାଫଳ ଅନୁଯାୟୀ ପୌରାଧ୍ୟକ୍ଷା ପ୍ରାର୍ଥିନୀ ବିଜୁ ଜନତା ଦଳର ମାଣିକ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜାତୀୟ କଂଗ୍ରେସ ଦଳର ସୁଷମା ମହାପାତ୍ରଙ୍କ ଠାରୁ ୬୮୯ଖଣ୍ଡ ଭୋଟରେ ଆଗୁଆ ରହି ବାଙ୍କୀ ଏନ.ଏ.ସିର ଅଧ୍ୟକ୍ଷା ପଦବୀ ଦଖଲ କରିଛନ୍ତି।
ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ପାତ୍ର ସୁନାବେଡ଼ା ପୌର ପରିଷଦର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ
Read More...
ଗୋଳାମୁଣ୍ଡା ବ୍ଲକ ଡମ୍ବସମାଜ ବିକାଶ ପରିଷଦର ସାଙ୍ଗଠାନିକ ସଭା।
Read More...