ଭୁବନେଶ୍ୱର: ମାର୍ଚ୍ଚ ୨୬: କୋଲକାତାରୁ ସ୍ପିରିଟ୍, ଜାଲ୍ ସରକାରୀ ଲେବଲ୍ ଓ ରଙ୍ଗ ଆସି ତିଆରି ହେଉଛି ନକଲି ବିଦେଶୀ ମଦ। ନିର୍ବାଚନ ପାଇଁ ସମସ୍ତଙ୍କ ନଜର ବ୍ୟସ୍ଥ୍ୟ ଥିବାବେଳେ ଏପରି ବ୍ୟବସାୟ କରୁଥିଲେ । ଭୁବନେଶ୍ୱର, ଖୋର୍ଦ୍ଧା, ବାଲେଶ୍ୱର ସମେତ ଏକାଧିକ ଅଞ୍ଚଳରେ ଚାଲିଛି ଏହି ବେଆଇନ କାରବାର। ଏବେ ରାଜ୍ୟରେ ବିପୁଳ ନକଲି ମଦ କାରବାର ନେଇ ଅବକାରୀ ବିଭାଗ ହାତରେ ତଥ୍ୟ ଲାଗିଛି। ପଞ୍ଚାୟତ ନିର୍ବାଚନ ଠାରୁ ପୌର ନିର୍ବାଚନ ସରିବା ପର୍ଯ୍ୟନ୍ତ ସାରା ରାଜ୍ୟରେ ଅବକାରୀ ବିଭାଗ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଡ୍ରାଇଭରେ ୩୭୦୦ ଲିଟର ନକଲି ମଦ ଜବତ ହୋଇଛି । ସେହିପରି ମଦ ତିଆରି ପାଇଁ ମହଜୁଦ୍ ରହିଥିବା ବିପୁଳ ପରିମାଣର ସ୍ପିରିଟ୍ ମଧ୍ୟ ଜବତ ହୋଇଥିଲା। ପୌର ନିର୍ବାଚନ ପାଇଁ ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୨୪ ତାରିଖ ପ୍ରାୟ ମାସେ ଧରି ଚାଲିଥିଲା ସ୍ୱତନ୍ତ୍ର ଡ୍ରାଇଭ୍। ଏଥିରେ ୧୦୩୭ ଲିଟର ବିଦେଶୀ ମଦ ଜବତ କରାଯାଇଛି। ନକଲି ମଦ ବୋତଲରେ ଲଗା ହେବାକୁ ଆସିଥିବା ୨୭ ହଜାର ୨୩୨ ଲେବୁଲ, ବିଭିନ୍ନ କମ୍ପାନିର ୭୨୬୦ଟି ଷ୍ଟିକର୍ ଜବତ କରାଯାଇଛି। ସେହିପରି ଏହି ମାସକ ମଧ୍ୟରେ ଲକ୍ଷେ ୧୨ ହଜାର ୨୬୩ ଲିଟର ଦେଶୀ ମଦ, ୯ ଲକ୍ଷ ୯ ହଜାର ୩୯୫ ଲିଟର ପୋଚ, ୨୯ କ୍ୱିଣ୍ଟାଲ ଗଞ୍ଜେଇ, ୫୨୭ ଲିଟର ସ୍ପିରିଟ୍, ୬୩୭.୬ ଗ୍ରାମ ବ୍ରାଉନ୍ସୁଗାର, ୨୫୩୨ ଲିଟର ବିଦେଶୀ ମଦ, ୨୮୧୦ ଲିଟର ବିଅର, ୭୮୬.୬ ଲିଟର ଆସ୍କା-୪୦, ୧୪୪ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ୩୮୯୫ ମାମଲା ରୁଜୁ ହୋଇଥିବା ବେଳେ ୩୧୯୫ ଜଣଙ୍କୁ ଗିରଫ କରାଯାଇଛି।
ଇନ୍ଦ୍ରଧୁନ ୟୁକେଲିପଟ୍ସ୍
Read More...
ଫୋଇସିଲା ହେଲା ବାଲିମେଳା ଏନ୍. ଏ.ସି ନିର୍ବାଚନର ଫଳ ବାଜିମାତ କଲା ବିଜେପି ଦଳ।
Read More...