OdishaStatenews.com Today : 25-Jun-2022 10:52:50 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌

March 20, 2022, ଖେଳକୁଦ, ,


ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌
OdishaStateNews Bureau
March 20, 2022


ବର୍ମିଂହାମ୍‌: ୨୦ ବର୍ଷୀୟ ଲକ୍ଷ୍ୟ ସେନ୍ ଅଲ ଇଂଲଣ୍ଡ ଓପନ୍ ୨୦୨୨ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲି ଜି ଜିଆଙ୍କୁ ପରାସ୍ତ କରି ୫ମ ଭରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।ଗତ ୨୧ ବର୍ଷ ମଧ୍ୟରେ ଅଲ ଇଂଲଣ୍ଡ ଓପନରେ କୌଣସି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି ଫାଇନାଲରେ ପ୍ରବେଶ କରି ନଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଭାରତୀୟ ଭାବେ ଲକ୍ଷ୍ୟ ଏହି ସଫଳତା ହାସଲ କରିଛନ୍ତି। କେବଳ ୩ ଜଣ ଭାରତୀୟ ପ୍ରକାଶ ନାଥ (୧୯୪୭), ପ୍ରକାଶ ପାଦୁକୋନ (୧୯୮୦ ଏବଂ ୧୯୮୧) ଏବଂ ପୁଲେଲା ଗୋପୀଚାନ୍ଦ (୨୦୦୧) ଲକ୍ଷ୍ୟଙ୍କ ପୂର୍ବରୁ ଫାଇନାଲରେ ପ୍ରବେଶ କରିଥିଲେ। ଅତୀତରେ କେବଳ ପାଦୁକୋନ ଏବଂ ଗୋପୀଚାନ୍ଦ ଭାରତ ପାଇଁ ସମ୍ମାନଜନକ ଟାଇଟଲ୍ ଜିତିଛନ୍ତି। ସାଇନା ନେହୱାଲ ୨୦୧୫ରେ ସ୍ପେନର ତାରକା କାରୋଲିନା ମାରିନଙ୍କୁ ହରାଇ ପ୍ରଥମ ମହିଳା ଭାବେ ଅଲ ଇଂଲଣ୍ଡ ଓପନ୍ ଫାଇନାଲରେ ପ୍ରବେଶ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶ୍ରୀଲଙ୍କା ବାତିଲ୍‌ କଲା ପରୀକ୍ଷା ;କାଗଜ ଅଭାବରୁ ସ୍କୁଲ୍‌

ଶ୍ରୀଲଙ୍କା ବାତିଲ୍‌ କଲା ପରୀକ୍ଷା ;କାଗଜ ଅଭାବରୁ ସ୍କୁଲ୍‌
Read More...

ବଢୁଛି ପୌର ନିର୍ବାଚନର ଗରମ,ଇତି ମଧ୍ୟରେ ଜୋର୍ ଧରିଛି ବାଲିମେଳାର ନିର୍ବାଚନ ପ୍ରଚାର ।

ବଢୁଛି ପୌର ନିର୍ବାଚନର ଗରମ,ଇତି ମଧ୍ୟରେ ଜୋର୍ ଧରିଛି ବାଲିମେଳାର ନିର୍ବାଚନ ପ୍ରଚାର ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଛତୁଆ ବଣ୍ଟନରେ ଅନିୟମିତତା ଅଭିଯୋଗ   କୋମଳମତୀ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଚାଲିଛି ଖେଳ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell