ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ପୌର ନିର୍ବାଚନକୁ ନେଇ ବଢିବାରେ ଲାଗିଛି ପ୍ରଚାର ଜୋରଦାର । ବାଲିମେଳା ଏନଏସିରେ ପୌରଧକ୍ଷ ପଦବୀ ନିମନ୍ତେ ମୋଟ ୭ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନେ ନିଜ ନିଜର ନିର୍ବାଚନ ପ୍ରଚାର ପାଇଁ ଲାଗି ପଡିଛନ୍ତି । ଚଳିତ ଥର ବାଲିମେଳା ଏନଏସି ଅଧକ୍ଷ ପଦବୀ ଆସନଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ମୋଟ ୭ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ତେବେ ଚଳିତ ଥର ଜି.ସଂଜୀବ ଦୋରା ଶଂଖ ଚିହ୍ନ,, ପ୍ରଦୀପ ନାୟକ ପଦ୍ମ ଚିହ୍ନ ଏବଂ କପିଳା ପ୍ରଧାନ ହାତ ଚିହ୍ନ, ବାବୁଲା ଜେନା ସାଇକେଲ ଚିହ୍ନ, ସାମ୍ବାଦିକ ଯଦୁପତି ମହାନ୍ତି ଉଡା ଜାହାଜ ଚିହ୍ନ, ଯୋଗେନ୍ଦ୍ର କୁମାର ଜାନି ନଟୁ ଚିହ୍ନ, ଦେବେନ୍ଦ୍ର ଖରା ଏଲଇଡି ବଲ ଚିହ୍ନରେ ରହି ନିର୍ବାଚନ ଲଢେଇ ଲଡୁଛନ୍ତି । ସେହିପରି ସମସ୍ତ ୧୨ଟି ୱାର୍ଡର ୱାର୍ଡମେମ୍ବର ମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଛି । ।ଆଉ ମାତ୍ର କିଛି ଦିନ ମଧ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ମାନଙ୍କ ତରଫରୁ ନିର୍ବାଚନ ପ୍ରଚାର ଜୋର ଧରିଛି ବାଲିମେଳାରେ। ବିଜେଡି ତରଫରୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ରିୟା ରାୟ ବାଲିମେଳା ର ପ୍ରତ୍ୟେକ ୱାର୍ଡ ୱାର୍ଡ ବୁଲି ପ୍ରଚାର କରୁଥିବା ବେଳେ। କଂଗ୍ରେସ ତରଫରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ବାଲିମେଳା ରେ ପହଞ୍ଚି କାନ୍ଧ ରେ କାନ୍ଧ ମିଶାଇ ନାଚି ନାଚି ନିଜର ଖୁସି ବ୍ୟକ୍ତ କରି ନିର୍ବାଚନ ନିମନ୍ତେ କଂଗ୍ରେସ ପାର୍ଥି ମାନଙ୍କ ପାଇଁ ଦୋକାନ ଠୁ ଦୋକାନ ବୁଲି ପ୍ରଚାର କରିଥିଲେ। ସେହି ଭଳି ବିଜେପି ମଧ୍ୟ ନିଜର ଅଧ୍ୟକ୍ଷ ପାର୍ଥି ସମେତ ୧୨ଟି ୱାର୍ଡର ସବୁ ପାର୍ଥି ଙ୍କ ସହ ବାଜା ବଜାଇ ଘର ଠୁ ଘର୍ ବୁଲି ପ୍ରଚାର ଜାରି ରଖିଛନ୍ତି। ହେଲେ ବାଲିମେଳାରେ ଏହି ନିର୍ବାଚନ ବିଜୁ ଜନତା ଦଳ ଓ ବିଜେପି ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଅଲ୍ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ୍
Read More...
ପାରଳାଖେମୁଣ୍ଡିସହରରେବିଜୁଜନତାଦଳ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ
Read More...