OdishaStatenews.com Today : 20-May-2022 19:34:17 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ମାର୍ଚ୍ଚ ୨୫ରେ ଯୋଗୀଙ୍କ ଶପଥଗ୍ରହଣ ଉତ୍ସବ

March 18, 2022, ରାଜନୀତି, ,


ମାର୍ଚ୍ଚ ୨୫ରେ ଯୋଗୀଙ୍କ ଶପଥଗ୍ରହଣ ଉତ୍ସବ
OdishaStateNews Bureau
March 18, 2022


ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ସରକାର ୨.୦ ପାଇଁ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି। ଲକ୍ଷ୍ନୌ ସ୍ଥିତ ଏକନା ଷ୍ଟାଡିୟମ୍‌ରେ ପ୍ରାୟ ୪୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାରେ ଉପକୃତ ହଜାର ହଜାର ହିତାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଅନ୍ୟପକ୍ଷରେ ଉକ୍ତ ଐତିହାସିକ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯିବା ପାଇଁ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ‌ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ। ଯଦି ମିଳିଥିବା ସୂଚନା ସତ ହୁଏ, ତେବେ ଏହି ଉତ୍ସବକୁ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ସୋନିଆ ଗାନ୍ଧି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂହ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଏଥି ସହ ବିଜେପି-ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି।ନିକଟରେ ଅନୁଷ୍ଠିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୫୫ ଆସନ ପାଇଥିବା ବେଳେ ସହଯୋଗୀ ଅପନା ଦଳ (ସୋନେଲାଲ) ଓ ନିଷାଦ ପାର୍ଟି ଯଥାକ୍ରମେ ୧୨ ଓ ୬ଟି ଆସନ ପାଇଥିଲେ। ସମାଜବାଦୀ ପାର୍ଟି ୧୧୧ଟି ଆସନ ପାଇଥିବା ବେଳେ ତାଙ୍କ ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ ୮ ଓ ଅନ୍ୟତମ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ୬ଟି ଆସନରେ ଜିତିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଯୁକ୍ତଦୁଇ ପରୀକ୍ଷା ଏପ୍ରିଲ ୨୮ରେ

ଯୁକ୍ତଦୁଇ ପରୀକ୍ଷା ଏପ୍ରିଲ ୨୮ରେ
Read More...

ଭରତପୁର ଅଞ୍ଚଳରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଭରତପୁର ଅଞ୍ଚଳରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ରାଜ୍ୟରେ ଆପିଏସ ସ୍ତରରେ ଅଦଳ ବଦଳ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell