ଭାରତୀୟଙ୍କ ପ୍ରିୟ ଜଳଖିଆ ମଧ୍ୟରୁ ଏକ ହେଉଛି ସିଙ୍ଗଡ଼ା । ଯେତେବେଳେ ବି ଘରକୁ କେହି ଅତିଥି ଆସନ୍ତି, ପ୍ରଥମେ ତାଙ୍କୁ ସିଙ୍ଗଡ଼ା ହିଁ ପରଷା ଯାଇଥାଏ । ଏହାର ସ୍ୱାଦ ପାଇଁ ପିଲାଠୁ ବୟସ୍କ ସମସ୍ତେ ପସନ୍ଦ କରିଥାନ୍ତି । ଯଦି ଆପଣ ମଧ୍ୟ ସିଙ୍ଗଡ଼ା ପ୍ରେମୀ, ତେବେ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ସିଙ୍ଗଡ଼ା ଖାଇବା ଉପରେ କଟକଣା ଲଗାଯାଇଛି । ସୋମାଲିଆ ନାମକ ଦେଶରେ ଭୁଲ୍ରେ ବି କେହି ସିଙ୍ଗଡ଼ା ଖାଆନ୍ତି ନାହିଁ । ଏଠାରେ ସିଙ୍ଗଡ଼ା ନିଷେଧ କରିବାର କାରଣ ମଧ୍ୟ ଅଦ୍ଭୁତ ।ସୂଚନା ଅନୁଯାୟୀ ସିଙ୍ଗଡ଼ାର ତ୍ରିକୋଣୀୟ ଆକାର ହିଁ ବ୍ୟାନର ମୂଳ କାରଣ । ସୋମାଲିଆର ଏକ ବାମପନ୍ଥୀ ଗୋଷ୍ଠୀ ବିଶ୍ୱାସ କରନ୍ତି ଯେ ସିଙ୍ଗଡ଼ାର ତ୍ରିକୋଣୀୟ ରୂପ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହ ଜଡ଼ତ । ଏହା ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କର ପବିତ୍ର ଚିହ୍ନ । ତେଣୁ ଏହି ଚିହ୍ନକୁ ସୋମାଲିଆରେ ସମ୍ମାନ ଦେଇ ସିଙ୍ଗଡ଼ା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କଟକଣା ଅନୁଯାୟୀ ଏହି ଦେଶରେ ସିଙ୍ଗଡ଼ାକୁ କେହି ତିଆରି କରିପାରିବେ ନାହିଁ କି କିଣାବିକା କରିପାରିବେ ନାହିଁ । ଯଦି ଏପରି କେହି କରୁଥିବାର ଦେଖିବାକୁ ମିଳେ ସେମାନଙ୍କୁ ଦଣ୍ଡ ଦିଆଯାଇଥାଏ ।
ୟୁପି ନିର୍ବାଚନ ପ୍ରଚାରର ଶେଷ ଦିନ ଆଜି
Read More...
ବଲିଉଡ୍ ହିରୋଇନ ରାଧିକା ମଦାନଙ୍କୁ ନାରୀକୈନ୍ଦ୍ରିକ ଫିଲ୍ମରେ ନଜର ଆସିବେ
Read More...