କେନ୍ଦୁଝର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ନିକଟସ୍ଥ ଏକ ଘରୁ ୪ ମାସ ତଳେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି । ସୂଚନାଯୋଗ୍ୟ , ମେ ମାସ ୪ ତାରିଖ ରାତି ୧୦ଟାବେଳେ ସାଇଁକୁଳ ଫାଣ୍ଡି ନିକଟରେ ରହୁଥିବା ନଳିନୀପ୍ରଭା ଚକ୍ରଙ୍କ ଘରେ ୪ଜଣ ଦୁର୍ବୃତ୍ତ ପଶି ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ୫ଟି ମୋବାଇଲ ଲୁଟ୍ କରିଥିଲେ । ଅଭିଯୋଗ ପରେ ରାମଚନ୍ଦ୍ରପୁର ପୁଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଛାନ୍ଭିନ୍ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିଲା । ଗତକାଲି ଏହି ମାମଲାରେ ବାମେବାରୀ ଥାନା କାଳିମାଟି ଅଞ୍ଚଳରୁ ସବିନ୍ସପେକ୍ଟର ବିଶ୍ୱଜିତ ବେହେରାଙ୍କ ସହଯୋଗରେ ଅଶୋକ ସାହୁ ନାମକ ଜଣେ ଯୁବକକୁ ରାମଚନ୍ଦ୍ରପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଅଶୋକର ଘର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆଗାଁରେ ବୋଲି ଜଣାପଡ଼ିଛି । ଲୁଟ୍ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଣାପଡିଛି ।
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ନିକଟସ୍ଥ ଏକ ଘରୁ ୪ ମାସ ତଳେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଜଣକୁ ଗିରଫ
Read More...
ଡିଡାୟୀ ପ୍ରକଳ୍ପରେ ଡିଡାୟୀ ଯୁବକ,ଯୁବତୀଙ୍କୁ ନିଯୁକ୍ତିରେ ଅଣ ଦେଖା (ଡିଡାୟୀ ସଙ୍ଘ ତରଫରୁ ଆନ୍ଦୋଳନ ଜାରି)
Read More...